Buy Yogasana : Odia

4.00

Out of stock

Want to be notified when this product is back in stock?

✓ 100% Natural and Pure Products
✓ 100% Secure Payments.
✓ Efficient Price.

Guaranteed Safe Checkout

Buy Yogasana : Odia
Buy Yogasana : Odia
4.00

ଯୋଗାସନ

ଦିନକୁ ଦିନ ବଢ଼ି ଚାଲିଥିବା ରୋଗରୁ ରକ୍ଷା ପାଇବା ଏବଂ ସେଗୁଡ଼ିକର ନିରାକରଣ ପାଇଁ ବିନା ଖର୍ଚ୍ଚରେ, ବିନା କୌଣସି କ୍ଷତିରେ ଶରୀରକୁ ସୁସ୍ଥ, ମନକୁ ପ୍ରସନ୍ନ ଏବଂ ବୁଦ୍ଧିକୁ ନିର୍ମଳ ଓ କୁଶାଗ୍ର କରିବା ପାଇଁ ଯୋଗବିଦ୍ୟାର ଆଶ୍ରୟ ନେବା ଅତ୍ୟନ୍ତ ହିତକର ଅଟେ । ଆସନ ଶରୀରର ସମୁଚିତ ବିକାଶ ପାଇଁ ଅତ୍ୟନ୍ତ ଉପଯୋଗୀ ସିଦ୍ଧ ହୋଇଥାଏ । ବର୍ତ୍ତମାନ ଯୁଗର ଲୋକମାନଙ୍କ ପାଇଁ ଯାହା ଅତି ଉପଯୋଗୀ ଅଟେ ଏବଂ କମ୍ ସମୟରେ ଅଧିକ ଲାଭ ପହଞ୍ଚାଇଥାଏ, ସେହିଭଳି ଆସନଗୁଡ଼ିକ – ଚିତ୍ର, ବିଧି, ସାବଧାନତା ଏବଂ ଲାଭ ଇତ୍ୟାଦି ସହିତ ଏହି ‘ଯୋଗାସନ’ ପୁସ୍ତକରେ ଦିଆଯାଇଛି । ଏଥିରୁ ଲାଭ ଉଠାଇ ଆପଣ ନିଜର ସ୍ୱାସ୍ଥ୍ୟଲାଭ ସହିତ ଆଧ୍ୟାତ୍ମିକ ଲାଭ ମଧ୍ୟ ପାଇପାରିବେ । ‘ଯୋଗାସନ’ ପୁସ୍ତକରେ ଅଛି :

  • କୋଟି କୋଟି ଲୋକଙ୍କ ଜୀବନକୁ ଯୋଗବିଦ୍ୟା ଏବଂ ଆଧ୍ୟାତ୍ମିକ ବିଦ୍ୟାର ପଥରେ ଅଗ୍ରସର କରାଇଥିବା ଯୋଗବିଦ୍ୟାର ଧନୀ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ସଂକ୍ଷିପ୍ତ ଜୀବନୀ

  • ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମନ୍ତ୍ର

  • ବ୍ରହ୍ମଚର୍ଯ୍ୟ-ରକ୍ଷାର ମନ୍ତ୍ର ଏବଂ ଉପାୟ

  • ଆସନ କେବେ, କେମିତି ଓ କେଉଁଠି କରିବେ?

  • ଯୋଗାସନ ସହିତ ଜଡ଼ିତ ମନେ ରଖିବା ଯୋଗ୍ୟ ଆବଶ୍ୟକୀୟ କଥାଗୁଡ଼ିକ

  • ଜୀବନୀଶକ୍ତି ଓ ବୁଦ୍ଧିର ଅଲୌକିକ ବିକାଶ କରୁଥିବା ଆସନ: ପଦ୍ମାସନ

  • ଅଲୌକିକ ସିଦ୍ଧି ପ୍ରଦାନ କରୁଥିବା ଆସନ: ସିଦ୍ଧାସନ

  • ଯୁବାବସ୍ଥା ବଜାୟ ରଖିବା ଏବଂ ମୃତ୍ୟୁ ଉପରେ ବିଜୟ ଦେଉଥିବା ଆସନ: ସର୍ବାଙ୍ଗାସନ

  • ଶରୀରକୁ ବଳବାନ ଏବଂ ତେଜସ୍ୱୀ କରିବାରେ ସହାୟକ: ହଳାସନ

  • ପେଟର ଗ୍ୟାସ୍ (ବାୟୁ) ଓ କୋଷ୍ଠକାଠିନ୍ୟ ନାଶକ ଏବଂ ସ୍ମରଣଶକ୍ତି ବର୍ଦ୍ଧକ: ପବନମୁକ୍ତାସନ

  • ଗଳା, ଛାତି ଓ ଆଖିର ଅନେକ ରୋଗ ଏବଂ ମହିଳାମାନଙ୍କର ମାସିକ ଧର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରୁଥିବା ଆସନ: ମତ୍ସ୍ୟାସନ

  • ସର୍ବରୋଗ ନାଶକ ଓ କୁଣ୍ଡଳିନୀ ଜାଗରଣରେ ସହାୟକ: ଭୁଜଙ୍ଗାସନ

  • ସ୍ୱରକୁ ମଧୁର କରିବା ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ: ଧନୁରାସନ

  • ଶରୀରକୁ ତେଜସ୍ୱୀ ଏବଂ ଫୂର୍ତ୍ତିଲା କରୁଥିବା ଆସନ: ଚକ୍ରାସନ

  • କଣ୍ଟାଲାଗିବା (ସାଇଟିକା), ଅଣ୍ଟା ବିନ୍ଧା, ମେରୁଦଣ୍ଡର ଜଡ଼ତା ଓ ନପୁଂସକତା ଭଳି ଅନେକ ରୋଗରେ ଲାଭଦାୟକ: କଟିପିଣ୍ଡମର୍ଦ୍ଦନାସନ

  • ଯୌବନର ସ୍ଫୂର୍ତ୍ତି ବଜାୟ ରଖିବାରେ ମଦଦଗାର: ଅର୍ଦ୍ଧମତ୍ସ୍ୟେନ୍ଦ୍ରାସନ

  • ଯୌନବିକାର ନାଶକ, ହୃଦୟକୁ ମଜବୁତ କରୁଥିବା ଏବଂ କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରିବାରେ ସହଯୋଗୀ: ଯୋଗମୁଦ୍ରାସନ

  • ସଂକଳ୍ପବଳ ବୃଦ୍ଧି ଏବଂ ଚିତ୍ତର ଚଞ୍ଚଳତା କମ୍ କରୁଥିବା ଆସନ: ଗୋରକ୍ଷାସନ

  • ମନ୍ଦାଗ୍ନି (ହଜମ ପ୍ରକ୍ରିୟା ମନ୍ଥର ହେବା) ନାଶକ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସହାୟକ: ମୟୂରାସନ

  • ପାଚନଶକ୍ତି ଓ ସ୍ନାୟୁଶକ୍ତି ବର୍ଦ୍ଧକ ଏବଂ ଶୁକ୍ରଦୋଷ, ବୀର୍ଯ୍ୟଦୋଷ ନାଶକ: ବଜ୍ରାସନ

  • ସ୍ୱପ୍ନଦୋଷ ସମସ୍ୟା ଦୂର କରିବା ଏବଂ କୁଣ୍ଡଳିନୀ ଶକ୍ତି ଜାଗରଣରେ ସହାୟକ: ସୁପ୍ତବଜ୍ରାସନ

  • ମାନସିକ ଶକ୍ତି ବୃଦ୍ଧି କରୁଥିବା ଆସନ: ଶବାସନ

  • ବ୍ରହ୍ମଚର୍ଯ୍ୟ ପାଳନରେ ବିଶେଷ ଲାଭଦାୟକ ଏବଂ ମୃତ୍ୟୁନାଶକ ଆସନ: ପାଦପଶ୍ଚିମୋତ୍ତାନାସନ

  • ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣୁଥିବା – ତ୍ରିବନ୍ଧ

  • ସବୁ ମନସ୍କାମନା ପୂର୍ଣ୍ଣ କରୁଥିବା: କେବଳୀ କୁମ୍ଭକ

  • ଛୋଟ-ବଡ଼ ୧୫୦୦ ପ୍ରକାରର ରୋଗ ଦୂର କରୁଥିବା ଯୌଗିକ ପ୍ରୟୋଗ: ଜଳନେତି

  • ଅନେକ ରୋଗରେ ଚମତ୍କାରୀ ଲାଭଦାୟକ: ଗଜକରଣୀ

  • ଚମତ୍କାରୀ ଲାଭ ପ୍ରଦାନ କରୁଥିବା: ଶରୀର ଶୋଧନ – କାୟାକଳ୍ପ

  • ‘କଳିଯୁଗ ନୁହେଁ… କରଯୁଗ ଅଟେ ଏହା’ (କବିତା)

Additional information

Weight 50 g

Reviews

There are no reviews yet.

Be the first to review “Buy Yogasana : Odia”

Your email address will not be published. Required fields are marked *